Question

କେଉଁ ବାକ୍ୟଟି ଠିକ୍ - ଦର୍ଶାଅ ?

A

ଗଛକୁ ପ୍ରଚୁର ଫଳ ରହିଛି ।

B

ଗଛଗୁଡ଼ିକରେ ପ୍ରଚୁର ଫଳ ରହିଛି ।

C

ଗଛମାନଙ୍କରେ ପ୍ରଚୁର ଫଳ ରହିଛି ।

D

ଗଛମାନରେ ପ୍ରଚୁର ଫଳ ରହିଛି ।

Text Solution
Verified by Experts

ସଠିକ ଉତ୍ତର ହେଉଛି "ଗଛଗୁଡ଼ିକରେ ପ୍ରଚୁର ଫଳ ରହିଛି"।

Key Points

କହିବା ଓ ଲେଖିବା ମଧ୍ୟରେ ବ୍ୟବଧାନ ବହୁତ ବେଶି।

ଆମ ଭାଷାରେ ବ୍ୟବହୃତ ଅନେକ ଶବ୍ଦର ଠିକ୍ ରୂପ ଆମେ ଜାଣୁନାହିଁ। ଠିକ୍ ରୂପ ନ ଲେଖିଲେ ଭାଷା ଅଶୁଦ୍ଧ ହେବ।

ଶବ୍ଦଗୁଡ଼ିକର ବ୍ୟବହାର ବେଳେ କେତେକ ସାଧାରଣ ଅଶୁଦ୍ଧି ପରିଲକ୍ଷିତ ହୋଇଥାଏ।

ଏହି ଅଶୁଦ୍ଧି ଅନେକ ପ୍ରକାରର । ଯଥା : ବଚନଗତ, ଲିଙ୍ଗଗତ, ବିଶେଷ୍ୟ ଓ ବିଶେଷଣଗତ, ସନ୍ଧିଗତ, ସମାସଗତ, କୃଦନ୍ତ, ତଦ୍ଧିତ ବିଧିଗତ ଓ ବନାନଗତ ଅଶୁଦ୍ଧି ଦେଖାଯାଏ।

ସେହି ଅଶୁଦ୍ଧ ଶବ୍ଦଗୁଡ଼ିକର ଶୁଦ୍ଧ ରୂପ ଜାଣିଲେ ଭାଷା ସରସ ଓ ସୁନ୍ଦର ହୋଇଥାଏ।

ଯଥାର୍ଥତା:

ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ 'ଗଛଗୁଡ଼ିକରେ ପ୍ରଚୁର ଫଳ ରହିଛି' ବ୍ୟତୀତ ଅନ୍ୟ ସମସ୍ତ ବାକ୍ୟରେ ଅଶୁଦ୍ଧତା ଘଟିଛି।

ଗଛଗୁଡ଼ିକରେ ପ୍ରଚୁର ଫଳ ରହିଛି - ଏଠି ବ୍ୟବହୃତ ପଦଗୁଡିକ ଉଚିତ ବ୍ୟବହାର୍ଯ୍ୟ ନିୟମାନୁଯାୟୀ ବଚନଗତ, ବ୍ୟାକରଣଗତ ତଥା ବନାନଗତ ଶୁଦ୍ଧ।

ଅନ୍ୟ ସମସ୍ତ ବାକ୍ୟଗୁଡିକରେ, 'ଗଛକୁ' - ଉଚିତ ବ୍ୟବହାର୍ଯ୍ୟ ନିୟମାନୁଯାୟୀ କାରକ ଓ ବିଭକ୍ତି ଗତ ଅଶୁଦ୍ଧ, 'ଗଛମାନଙ୍କରେ' ଓ 'ଗଛମାନରେ' - ପ୍ରତ୍ୟେକଟି ବଚନଗତ ଅଶୁଦ୍ଧ।

'ଗଛଗୁଡ଼ିକରେ' - କାରକ ଓ ବିଭକ୍ତି ଗତ ତଥା ବଚନଗତ ଶୁଦ୍ଧ, ତେଣୁ 'ଗଛଗୁଡ଼ିକରେ ପ୍ରଚୁର ଫଳ ରହିଛି' - ପ୍ରଦତ୍ତ ବିକଳ୍ପସମୂହ ମଧ୍ୟରୁ ଠିକ୍ ବାକ୍ୟ।

Additional Information

କ୍ରିୟା ଯେଉଁ ସ୍ଥାନରେ ସାଧିତ ହୁଏ, ସେହି ସ୍ଥାନର ଅଧିକରଣ କାରକ ହୋଇଥାଏ ।

ଯେଉଁ ପଦଦ୍ୱାରା କ୍ରିୟାର ସ୍ଥାନ ସୂଚିତ ହୁଏ ତାହା ସ୍ଥାନାଧିକରଣ ବା ଆଧାରାଧିକରଣ ହୁଏ ।

ଅଧିକରଣ କାରକରେ ସପ୍ତମୀ ବିଭକ୍ତି ହୁଏ ।

ଯେପରିକି ଏଠି 'ଗଛଗୁଡ଼ିକରେ ପ୍ରଚୁର ଫଳ ରହିଛି' - ଅଧିକରଣ କାରକ ହେତୁ ସପ୍ତମୀ ବିଭକ୍ତି।

Updated on:21/07/2023