Question

ଏହା ତ ମାଛତେଲରେ _____ ଭାଜିବା ପରି କଥା । (ଦିଆଯାଇଥିବା ଉପଯୁକ୍ତ ଶବ୍ଦଦ୍ୱାରା ଶୂନ୍ୟସ୍ଥାନ ପୂରଣ କର ।)

A

ଆଳୁ

B

ଶାଗ

C

ମାଛ

D

ପାମ୍ପଡ଼

Text Solution
Verified by Experts

ସଠିକ ଉତ୍ତର ହେଉଛି ''ମାଛ''।

Key Points

ବାନ୍ଧିବା ଜଣାଥିଲେ ମଥା ଯେମିତି ସୁନ୍ଦର ଦିଶେ, କହିବା ଜାଣିଥିଲେ କଥା ସେମିତି ସୁନ୍ଦର ଲାଗେ।

ମନୋଭାବକୁ ଆମର ବଚନ ଦ୍ୱାରା ପ୍ରକାଶ କରାଯାଏ।

ଏଥିପାଇଁ କେତୋଟି କିମ୍ବା ସ୍ଥଳ ବିଶେଷରେ ଅନେକ ଶବ୍ଦ ଆମେ ବ୍ୟବହାର କରୁ।

ପୁଣି ଶବ୍ଦକୁ ଶବ୍ଦ ଖଞ୍ଜା ଖଞ୍ଜି କରି କଥାବାର୍ତ୍ତା କରୁ; ଏହା ଫଳରେ କହିବା ବା ଭାବ ପ୍ରକାଶ କରିବା ସହଜ ହୁଏ।

ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।

ବାକ୍ୟରେ ବ୍ୟବହାର କରାଯାଇଥିବା ପଦଗୁଡିକର ପାରସ୍ପରିକ ସମ୍ବନ୍ଧକୁ ଯୋଗ୍ୟତା କୁହାଯାଏ।

ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦଗୁଡିକର ଅର୍ଥବୋଧକତା ପାଇଁ ଅପେକ୍ଷା କଲେ, ତାହାକୁ ଆକାଂକ୍ଷା କୁହାଯାଏ।

ଯଥାର୍ଥତା:

ବାକ୍ୟରେ ଥିବା ପଦଯୋଜନା ବା ସୌନ୍ଦର୍ଯ୍ୟ ହେଉଛି ଆସତ୍ତି। ଆସତ୍ତିକୁ ମଧ୍ୟ ପଦବିନ୍ୟାସ କୁହାଯାଏ।

ଏହାଦ୍ୱାରା କାହା ପରେ କେଉଁ ପଦ ରହିଲେ, ତାହା ବାକ୍ୟର ଭାବକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବ ତାହା ବୁଝାଯାଏ।

ବାକ୍ୟର ବୁଝାପଡୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ବା ନିର୍ଦ୍ଦିଷ୍ଟ କେତୋଟି ପଦସଂହତିକୁ ବାକ୍ୟାଂଶ କୁହାଯାଏ।

ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକୁ ଲକ୍ଷ କଲେ ବାକ୍ୟାଂଶଗୁଡିକୁ ଉଦ୍ଦିଷ୍ଟ ଆସତ୍ତି ଅନୁସାରେ ଲୋକକଥା ଭିତ୍ତିରେ ସଜାଇ ଗଠନ କଲେ, ପ୍ରଦତ୍ତ ବାକ୍ୟରେ ଦିଆଯାଇଥିବା ଶୂନ୍ୟ ସ୍ଥାନ ପାଇଁ ''ମାଛ'' ଉଦ୍ଦିଷ୍ଟ ହେବ।

କାରଣ ଏହା ଦ୍ୱାରା ବାକ୍ୟରେ ବ୍ୟବହାର କରାଯାଇଥିବା ପଦଗୁଡିକର ପାରସ୍ପରିକ ସମ୍ବନ୍ଧ ସୂଚାରୁରୂପେ ପ୍ରତିପାଦନ ହୋଇପାରୁଛି।

ଉଦ୍ଦିଷ୍ଟ ପଦଯୋଜନା ହେତୁ ବାକ୍ୟର ଭାବକୁ ସ୍ପଷ୍ଟ ଭାବରେ ପ୍ରକାଶ କରାଯାଇପାରୁଛି, ଅର୍ଥବୋଧକତା ପାଇଁ ଏହା ଉପଯୁକ୍ତ ହେଇପାରୁଛି।

ଯଥା: ଏହା ତ ମାଛତେଲରେ ମାଛ ଭାଜିବା ପରି କଥା।

Additional Information

ଅନ୍ୟ ବିକଳ୍ପଗୁଡିକ ବାକ୍ୟ ବିଚାର ନିୟମାନୁଯାୟୀ ଉଦ୍ଦିଷ୍ଟ ଅର୍ଥବୋଧକତା ପାଇଁ ପଦଯୋଜନା କରିବାରେ ଅସମର୍ଥ ହେତୁ ଉପଯୁକ୍ତ ଉତ୍ତର ନୁହଁନ୍ତି।

Updated on:21/07/2023