Question

'ସାୟଂକାଳ'ର ପ୍ରତିଶବ୍ଦଟି ବାଛ ।

A

ପ୍ରତ୍ୟୁଷ

B

ପ୍ରଦୋଷ

C

ନିଜସ୍ଵ

D

ପରସ୍ଵ

Text Solution
Verified by Experts

ସଠିକ ଉତ୍ତର ହେଉଛି "ପ୍ରଦୋଷ"।

Key Points

ପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ।

ଏ ପ୍ରକାର ଶବ୍ଦମାନଙ୍କୁ 'ପ୍ରତିଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ' ବା 'ସମାର୍ଥବୋଧକ ଶବ୍ଦ' କୁହାଯାଏ।

ଯଥାର୍ଥତା:

ଆମ ଭାଷାରେ ଏହି 'ପ୍ରତିଶବ୍ଦ' ବା 'ସମାର୍ଥବୋଧକ ଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ'ଗୁଡ଼ିକ ଦୈନଦିନ ଭାବରେ ପ୍ରଚଳିତ ଓ ବ୍ୟବହୃତ।

ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ, ଓଡ଼ିଆ ଶବ୍ଦକୋଷ ଅନୁଯାୟୀ 'ପ୍ରଦୋଷ' କହିଲେ 'ସାୟଂକାଳ; ସନ୍ଧ୍ୟା; ରଜନୀମୁଖ'।

ସଂସ୍କୃତ ଶବ୍ଦକୋଷ ଅନୁଯାୟୀ - 'ପ୍ରଦୋଷ' - ପ୍ର = ଆକମ୍ଭ + ଦୋଷା = ରାତ୍ରି + ଅ; କିମ୍ୱା ପ୍ର+ ଦୋଷ; ଯେଉଁ ସମୟରେ ଦୁଷ୍ଟ ଲୋକେ ଅପରାଧ କରନ୍ତି।

ସୁତରାଂ ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ 'ପ୍ରଦୋଷ' ଶବ୍ଦଟି 'ସାୟଂକାଳ' ଶବ୍ଦଟିର ଅଭିଧାନିକ ଅର୍ଥକୁ ସୂଚାରୁରୂପେ ପ୍ରତିପାଦନ କରୁଥିବା ହେତୁ ଏହା ସମାର୍ଥବୋଧକ ବା ପର୍ଯ୍ୟାୟବାଚୀ ବା ପ୍ରତିଶବ୍ଦ।

'ସାୟଂକାଳ'ର ଅନ୍ୟ ପ୍ରତିଶବ୍ଦଗୁଡ଼ିକ ହେଲା : ସନ୍ଧ୍ୟା, ନିଶାମୁଖ, ସଞ୍ଜ ଇତ୍ୟାଦି।

Additional Information

ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ

'ପ୍ରତ୍ୟୁଷ' ଅର୍ଥ - ପ୍ରଭାତ; ପ୍ରାତଃକାଳ', 'ନିଜସ୍ୱ' କହିଲେ 'ନିଜର ବା ନିଜ ସମ୍ବନ୍ଧୀୟ' ଏବଂ 'ପରସ୍ଵ' କହିଲେ 'ପରର ବା ପର ସମ୍ବନ୍ଧୀୟ'