Question

ପ୍ରଦତ୍ତ ବାକ୍ୟ ମଧ୍ୟରୁ କେଉଁଟି ଠିକ୍ - ଦର୍ଶାଅ ?

A

ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ସମସ୍ତେ ସଚେତନ ରୁହ ।

B

ପ୍ରତିଯୋଗୀ ମୂଳକ ପରୀକ୍ଷା ପାଇଁ ସମସ୍ତେ ସଚେତନ ରୁହ ।

C

ପ୍ରତିଜୋଗିତା ମୂଳକ ପରୀକ୍ଷା ପାଇଁ ସମସ୍ତେ ସଚେତନ ରୁହ ।

D

ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ସମସ୍ତେ ସଚେତନ ରୁହ ।

Text Solution
Verified by Experts

ସଠିକ ଉତ୍ତର ହେଉଛି "ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ସମସ୍ତେ ସଚେତନ ରୁହ"।

Key Points

କହିବା ଓ ଲେଖିବା ମଧ୍ୟରେ ବ୍ୟବଧାନ ବହୁତ ବେଶି।

ଆମ ଭାଷାରେ ବ୍ୟବହୃତ ଅନେକ ଶବ୍ଦର ଠିକ୍ ରୂପ ଆମେ ଜାଣୁନାହିଁ। ଠିକ୍ ରୂପ ନ ଲେଖିଲେ ଭାଷା ଅଶୁଦ୍ଧ ହେବ।

ଶବ୍ଦଗୁଡ଼ିକର ବ୍ୟବହାର ବେଳେ କେତେକ ସାଧାରଣ ଅଶୁଦ୍ଧି ପରିଲକ୍ଷିତ ହୋଇଥାଏ।

ଏହି ଅଶୁଦ୍ଧି ଅନେକ ପ୍ରକାରର । ଯଥା : ବଚନଗତ, ଲିଙ୍ଗଗତ, ବିଶେଷ୍ୟ ଓ ବିଶେଷଣଗତ, ସନ୍ଧିଗତ, ସମାସଗତ, କୃଦନ୍ତ, ତଦ୍ଧିତ ବିଧିଗତ ଓ ବନାନଗତ ଅଶୁଦ୍ଧି ଦେଖାଯାଏ।

ସେହି ଅଶୁଦ୍ଧ ଶବ୍ଦଗୁଡ଼ିକର ଶୁଦ୍ଧ ରୂପ ଜାଣିଲେ ଭାଷା ସରସ ଓ ସୁନ୍ଦର ହୋଇଥାଏ।

ଯଥାର୍ଥତା:

ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ 'ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ସମସ୍ତେ ସଚେତନ ରୁହ' ବ୍ୟତୀତ ଅନ୍ୟ ସମସ୍ତ ବାକ୍ୟରେ ଅଶୁଦ୍ଧତା ଘଟିଛି।

ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ସମସ୍ତେ ସଚେତନ ରୁହ - ଏଠି ବ୍ୟବହୃତ ପଦଗୁଡିକ ଉଚିତ ବ୍ୟବହାର୍ଯ୍ୟ ନିୟମାନୁଯାୟୀ ବଚନଗତ, ବ୍ୟାକରଣଗତ ତଥା ବନାନଗତ ଶୁଦ୍ଧ।

ଅନ୍ୟ ସମସ୍ତ ବାକ୍ୟରେ 'ପ୍ରତିଯୋଗୀ' - ଉଚିତ ବ୍ୟବହାର୍ଯ୍ୟ ନିୟମାନୁଯାୟୀ ବିଶେଷ୍ୟ ଗତ ଅଶୁଦ୍ଧ, 'ପ୍ରତିଜୋଗିତା' ଓ 'ପ୍ରତିଯୋଗୀତା' - ପ୍ରତ୍ୟେକଟି ବନାନ ଗତ ଅଶୁଦ୍ଧ।

'ପ୍ରତିଯୋଗିତା' - ଉଚିତ ବ୍ୟବହାର୍ଯ୍ୟ ନିୟମାନୁଯାୟୀ ବିଶେଷ୍ୟ ଗତ ତଥା ବନାନଗତ ଶୁଦ୍ଧ, ତେଣୁ 'ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ସମସ୍ତେ ସଚେତନ ରୁହ' - ପ୍ରଦତ୍ତ ବିକଳ୍ପସମୂହ ମଧ୍ୟରୁ ଠିକ୍ ବାକ୍ୟ।

Additional Information

ଓଡ଼ିଆ ଅଭିଧାନ ଅନୁସାରେ, 'ପ୍ରତିଯୋଗିତା' କହିଲେ 'ପରିସ୍ପର୍ଦ୍ଧା' ଅର୍ଥକୁ ସୂଚାଏ ଓ ଏହା ଏକ ବିଶେଷ୍ୟ ପଦ।

Updated on:21/07/2023