‘ଶିକ୍ଷକ ଛାତ୍ର ଦ୍ୱାରା ମୂର୍ତ୍ତି ଗଢ଼ାଇଲେ ।’ - ଏଥିରେ କେଉଁ ପଦଟି ପ୍ରଯୋଜ୍ୟ କର୍ତ୍ତା?
ଗଢ଼ାଇଲେ
ଛାତ୍ରଦ୍ୱାରା
ଶିକ୍ଷକ
ମୂର୍ତ୍ତି
ଗଢ଼ାଇଲେ
ଛାତ୍ରଦ୍ୱାରା
ଶିକ୍ଷକ
ମୂର୍ତ୍ତି
ସଠିକ ଉତ୍ତର ହେଉଛି ''ଛାତ୍ରଦ୍ୱାରା''।
Key Points
ବାକ୍ୟରେ ଯେଉଁ ପଦ ମାଧ୍ୟମରେ କୌଣସି କାମର ନିର୍ଦ୍ଦିଷ୍ଟ ଅର୍ଥ ବୁଝାପଡ଼େ ତାହାକୁ ‘କ୍ରିୟାପଦ' କୁହାଯାଏ।
ସାଧାରଣତଃ ଆମେ ଜାଣୁ, ଯିଏ କ୍ରିୟା ସମ୍ପାଦନ କରିଥାଏ ସେ କର୍ତ୍ତା।
ବର୍ତ୍ତମାନ ନିମ୍ନଲିଖିତ ଉଦାହରଣଗୁଡିକୁ ଦେଖିବା:-
ବିବେକାନନ୍ଦ ଆମେରିକାରେ ଓଜସ୍ୱିନୀ ଭାଷଣ ଦେଇଥିଲେ।
ଖରାଦିନେ ପଣସ ପାଚେ।
ରାଜା ପୁରୋହିତଙ୍କ ଦ୍ୱାରା ଯଜ୍ଞ କରାଉଛନ୍ତି।
ଏଠାରେ, ପ୍ରଥମ ବାକ୍ୟର ‘ଭାଷଣ ଦେବା’ କ୍ରିୟାଟି ବିବେକାନନ୍ଦଙ୍କଦ୍ଵାରା ସଂପାଦିତ ହୋଇଛି।
ଦ୍ଵିତୀୟ ବାକ୍ୟରେ ‘ପାଚିବା’ କ୍ରିୟା ପଣସ ସମ୍ବନ୍ଧରେ କୁହାଯାଇଛି।
ଏବଂ ‘ଯଜ୍ଞ କରାଇବା’ କ୍ରିୟାଟି ରାଜା ନିଜେ ନକରି ପୁରୋହିତଙ୍କ ଦ୍ଵାରା କରାଉଛନ୍ତି।
ଏହି ବାକ୍ୟ ତିନୋଟିରେ ଯଥାକ୍ରମେ ‘ବିବେକାନନ୍ଦ’, ‘ପଣସ’ ଓ ‘ରାଜା’ କର୍ତ୍ତା ଅଟନ୍ତି।
ତେଣୁ କ୍ରିୟା ଯେ ସଂପାଦନ କରେ, କରାଏ ଅଥବା ଯାହା ସମ୍ବନ୍ଧରେ କୌଣସି କ୍ରିୟା କୁହାଯାଏ, ତାହା କର୍ତ୍ତା।
ଯଥାର୍ଥତା:
ସାଧାରଣତଃ କ୍ରିୟାପଦ ପୂର୍ବରୁ କିଏ ବା କ’ଣ ଲଗାଇ ପ୍ରଶ୍ନକଲେ ଉତ୍ତରରେ କର୍ତ୍ତା ହିଁ ମିଳିଥାଏ।
ଯେଉଁ କର୍ତ୍ତା ନିଜେ କ୍ରିୟା ସଂପାଦନ ନକରି ଅନ୍ୟ ଦ୍ୱାରା କରାଏ, ତାହାକୁ ପ୍ରଯୋଜକ କର୍ତ୍ତା ଏବଂ ଯାହାଦ୍ୱାରା କରାଏ ତାହାକୁ ପ୍ରଯୋଜ୍ୟ କର୍ତ୍ତା କହନ୍ତି।
ଦିଆଯାଇଥିବା 'ଶିକ୍ଷକ ଛାତ୍ର ଦ୍ୱାରା ମୂର୍ତ୍ତି ଗଢ଼ାଇଲେ' ବାକ୍ୟଟିରେ କର୍ତ୍ତା 'ଶିକ୍ଷକ' ନିଜେ ମୂର୍ତ୍ତି ନ ଗଢ଼ି ଛାତ୍ର ଦ୍ୱାରା ଗଢ଼ାଉଛନ୍ତି ଏବଂ ଛାତ୍ରଟି ଶିକ୍ଷକଙ୍କ ପ୍ରଯୋଜନାରେ ମୂର୍ତ୍ତି ନ ଗଢୁଛି।
ଅତଏବ ଏଦିଗରୁ ଦିଆଯାଇଥିବା 'ଶିକ୍ଷକ ଛାତ୍ର ଦ୍ୱାରା ମୂର୍ତ୍ତି ଗଢ଼ାଇଲେ' ବାକ୍ୟଟିରେ ‘ଛାତ୍ରଦ୍ୱାରା’ ପ୍ରଯୋଜ୍ୟ କର୍ତ୍ତା।
Additional Information
ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ ‘ମୂର୍ତ୍ତି ଗଢ଼ିବା’ କ୍ରିୟାଟି ଶିକ୍ଷକଙ୍କ ପ୍ରଯୋଜନାରେ ଛାତ୍ରଦ୍ଵାରା ସଂପାଦିତ ହେଉଥିବା ହେତୁ 'ଶିକ୍ଷକ' ପ୍ରଯୋଜକ କର୍ତ୍ତା।
କର୍ତ୍ତାର କ୍ରିୟା ସାଧନରେ 'ମୂର୍ତ୍ତି' ଅଭିଳଷିତ ହେତୁ ଏହା କର୍ମ ହୋଇଥିବାବେଳେ 'ଗଢ଼ାଇଲେ' ଏକ କ୍ରିୟାପଦ।