"କବିମାନଙ୍କ ମଧ୍ୟରେ ଉପେନ୍ଦ୍ର ଭଂଜ ଶ୍ରେଷ୍ଠ |" ଏଠାରେ 'କବିମାନଙ୍କ ମଧ୍ୟରେ' କେଉଁ ଅର୍ଥରେ କେଉଁ ବିଭକ୍ତି ହୋଇଛି?
ନିର୍ଦ୍ଦାରଣେ ୭ମୀ
ବୀପ୍ସା ଅର୍ଥରେ ୭ମୀ
ଆଦର ବା ଅନାଦର ଅର୍ଥରେ ୭ମୀ
ପ୍ରୟୋଜନ ଅର୍ଥରେ ୭ମୀ
ନିର୍ଦ୍ଦାରଣେ ୭ମୀ
ବୀପ୍ସା ଅର୍ଥରେ ୭ମୀ
ଆଦର ବା ଅନାଦର ଅର୍ଥରେ ୭ମୀ
ପ୍ରୟୋଜନ ଅର୍ଥରେ ୭ମୀ
ସଠିକ ଉତ୍ତର ହେଉଛି "ନିର୍ଦ୍ଦାରଣେ ୭ମୀ"।
Key Points
ଯେଉଁ ବର୍ଣ୍ଣ ବା ବର୍ଣ୍ଣସମଷ୍ଟି ଦ୍ୱାରା ସଂଖ୍ୟା (ଏକବଚନ, ବହୁବଚନ) କାରକ (କର୍ତ୍ତା, କର୍ମ, କରଣ ପ୍ରଭୃତି) ସୂଚିତ ହୁଏ, ତାହାକୁ ବିଭକ୍ତି କୁହାଯାଏ।
ବିଭକ୍ତି ୭ ଭାଗରେ ବିଭକ୍ତ: ପ୍ରଥମା, ଦ୍ଵିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ।
ଓଡ଼ିଆ ଭାଷାରେ ପ୍ରଚଳିତ କାରକଗୁଡ଼ିକରେ ବିଭକ୍ତି ଚିହ୍ନଗୁଡିକ ଏକବଚନ ଓ ବହୁବଚନ ଭେଦରେ ପ୍ରଦର୍ଶିତ ହେଉଥାଏ।
ଯଥାର୍ଥତା:
ସପ୍ତମୀ ବିଭକ୍ତି: ଏକବଚନ ଚିହ୍ନ - ଏ, ରେ, ଠାରେ, ଠାଇଁ, ଠି, ଠେଇଁ, ତହିଁ, ମଧ୍ୟରେ; ବହୁବଚନ ଚିହ୍ନ - ମାନଙ୍କରେ, ମାନଙ୍କଠାରେ, ମାନଙ୍କଠାଇଁ, ମାନଙ୍କଠେଇଁ, ଗୁଡ଼ିକରେ, ଗୁଡ଼ିକଠାରେ, ଗୁଡ଼ିକଠେଇଁ, ଗୁଡ଼ିକଠି।
ଏଠାରେ ଦିଆଯାଇଥିବା ବାକ୍ୟଟି 'କବିମାନଙ୍କ ମଧ୍ୟରେ ଉପେନ୍ଦ୍ର ଭଂଜ ଶ୍ରେଷ୍ଠ'କୁ ଲକ୍ଷ କଲେ ଦେଖିବା:-
'କବିମାନଙ୍କ ମଧ୍ୟରେ' ପଦଟିରେ 'କବିମାନଙ୍କ' ସହିତ 'ମଧ୍ୟରେ' ବିଭକ୍ତି ଚିହ୍ନ ଯୁକ୍ତ ହୋଇଛି ଯାହାକି ଉପର ବର୍ଣ୍ଣିତ ନିୟମାନୁସାରେ ସପ୍ତମୀ ବିଭକ୍ତି: ଏକବଚନ ଚିହ୍ନ ଅଟେ।
ଯାହା ଦ୍ୱାରା ଉପେନ୍ଦ୍ର ଭଂଜ ଜଣେ ଶ୍ରେଷ୍ଠ କବି ଅଟନ୍ତି ବୋଲି ଚିହ୍ନଟ ସମ୍ଭବ ହେଉଛି।
ପୁନଶ୍ଚ ଓଡ଼ିଆ ଅଭିଧାନ ଅନୁସାରେ ଚିହ୍ନଟ କରିବା ପ୍ରକ୍ରିୟାର ଅନ୍ୟ ନାମ ହେଉଛି ନିର୍ଦ୍ଦାରଣ।
ଏଠାରେ 'କବିମାନଙ୍କ' ସହିତ 'ମଧ୍ୟରେ' - ସପ୍ତମୀ ବିଭକ୍ତି: ଏକବଚନ ଚିହ୍ନ ସଂଯୁକ୍ତ ହେତୁ ନିର୍ଦ୍ଦାରଣ ଅର୍ଥ ଲାଘବ ହେଉଛି।
ଅତଏବ ଏଥିରୁ ସ୍ପଷ୍ଟ ଯେ: 'କବିମାନଙ୍କ ମଧ୍ୟରେ' ପଦଟି ନିର୍ଦ୍ଦାରଣେ ୭ମୀ ବିଭକ୍ତିକୁ ସୂଚିତ କରୁଛି।
Additional Information
ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ: ଭାବେ ସପ୍ତମୀ: ଯଥା- ସୂର୍ଯ୍ୟ ଉଦୟରେ (ଉଦୟ ହେଲେ) ପଦ୍ମ ଫୁଟେ।
ବୀପ୍ସାର୍ଥରେ ବା ପୁନଃପୁନଃ ଉଲ୍ଲେଖ ସ୍ଥଳରେ ସପ୍ତମୀ: ଯଥା- ଦେଶେଦେଶେ ଆଜି ଓଡ଼ିଶୀ ନୃତ୍ୟ ବ୍ୟାପି ଗଲାଣି।
ପ୍ରୟୋଜନାର୍ଥକ ଶବ୍ଦ ଯୋଗରେ ସପ୍ତମୀ: ଯଥା- ସନ୍ନ୍ୟାସୀର ଧନରେ କି ପ୍ରୟୋଜନ?
ଆଦର ବା ଅନାଦର ଅର୍ଥରେ ୭ମୀ: ଯଥା- ଭାଇଭଉଣୀରେ ଝଗଡ଼ା।